ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ତାପଙ୍ଗରେ ଥିବା ଏକ କ୍ରସର ନିକଟରେ ବୁଧବାର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଭିନ୍ନକ୍ଷମ ଯୁବତୀ ଜଣକ କ୍ରସରରେ କାମ କରନ୍ତି। ଆଜି କାମ କରୁଥିବା ସମୟରେ ଜଣେ ଯୁବକ ତାଙ୍କୁ ଉଠାଇ ନେଇ କ୍ରସର ନିକଟସ୍ଥ ଏକ ସ୍ଥାନରେ ବଳାତ୍କାର କରିଥିଲା। ଏନେଇ ପୀଡ଼ିତା ଖୋର୍ଦ୍ଧା ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗିରଫ କରିଛି।

Comments are closed.