ପୁଣି ଲଜ୍ଜା : ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଅଟକ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧ତାରିଖ ବୁଧବାର ରାତିରେ ନାବାଳିକା ଜଣଙ୍କ ପରିଶ୍ରା ପାଇଁ ଘରୁ ବାହାରିଥିବାବେଳେ ୩ଜଣ ଦୁର୍ବୃତ୍ତ ତାକୁ ଟେକି ନେଇ ପାଖରେ ଥିବା ଏକ ବିଲରେ ଗଣଦୁଷ୍କର୍ମ କରିଥିଲେ। ତେବେ ଦୁର୍ବୃତ୍ତ ତିନି ଜଣ ନାବାଳକ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ତିନି ଜଣ ନାବାଳକଙ୍କୁ ରବିବାର ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଡ଼ାକ୍ତରୀ ମାଇନା ପରୀକ୍ଷା ପାଇଁ ରାୟଗଡ଼ା ମୁଖ୍ୟ ଚିକିସ୍ତ୍ରାଳୟକୁ ନିଆଯାଇଛି।

Comments are closed.