ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ବଳାତ୍କାର ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲା ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି-୮୧ ଗ୍ରାମର ବକୁଲ ମିର୍ଧା ନାମକ ଜଣେ ଶିକ୍ଷକ ସେଇ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପାଠ ପଢେଇବା ନାମରେ ଘରକୁ ଡାକି ଦୁଇ ଦିନ ଧରି ଶିକ୍ଷକ ଜଣକ ନାବଳିକାଙ୍କ ସହ ବଳାତ୍କାର କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ପୀଡ଼ିତାଙ୍କ ପକ୍ଷରୁ ମୋଟୁ ଥାନାରେ ପ୍ରଥମେ ଏତଲା ଦିଆଯାଇଥିବା ବେଳେ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନଥିଲେ । ଶନିବାର ପୀଡିତାଙ୍କୁ ନେଇ ମା ମାଲକାନଗିରି ମଡେଲ ଥାନାରେ ପହଞ୍ଚିଥିବା ବେଳେ ଏସପିଙ୍କ ନିର୍ଦ୍ଧେଶ କ୍ରମେ ଏତଲା ରୁଜୁ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମିନା ସୂଚନା ଦେଇଛନ୍ତି ।

Comments are closed.