ଦୁଷ୍କର୍ମ ଘଟଣାରେ ଏଆଇଡିଏସଓର ବିକ୍ଷୋଭ

ବଲାଙ୍ଗିର : ଉତ୍ତର ପ୍ରଦେଶର ହଟଟ୍ରାସ୍ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗିର ଏଆଇଡିଏସଓ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା। ମାଦ ମାଦକ ଦ୍ରବ୍ୟ ଏବଂ ଅଶ୍ଲୀଳ ସିନେମା ସଙ୍ଗୀତ ୱେବସାଇଟ ବନ୍ଦ କରିବାକୁ ଦାବି କରାଯାଇଥିଲା। ଏହା ସହ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କ ଦାବି କରାଯାଇଥିଲା। ଏନେଇ ଆଜି ସର୍ବଭାରତୀୟ କଳା ଦିବସ ପାଳନ କରିଛି ଏହି ଛାତ୍ର ସଙ୍ଗଠନ ଏଆଇଡିଏସଓ, ଏଆଇଏମଏସଏସର  କର୍ମକର୍ତ୍ତା ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ପ୍ରତିବାଦ ସଭାରେ ଜିଲା ସଭାପତି ରାଜେନ୍ଦ୍ର ରଣା, ସର୍ବ ଭାରତୀୟ କାଉନସିଲ ସଭ୍ୟ ସୁନୀଲ ଭୋଇ, ମମତା ନାଏକ, ବିମଳ ଭୋଇ, ମିଲି ବାଗଙ୍କ ସମେତ କାର୍ଯ୍ୟକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ।

Comments are closed.