ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଦୁଇ ଗିରଫ
ବାଂଶପାଳ : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ମେରେଇ ସାହି ଗ୍ରାମର ଲୋଚନୀ ପ୍ରଧାନଙ୍କ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ବୁଧବାର ଦୁଇ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ, ମେରେଇସାହି ଗ୍ରାମର ଚଞ୍ଚଳା ପ୍ରଧାନ ଜଣେ ୧୬ବର୍ଷର ନାବାଳିକା। ଗ୍ରାମର ଦାଶରଥି ପ୍ରଧାନ ବୟସ ୫୬ ଛେଳି ଚରାଇଯିବା ସମୟରେ ଦୁଇଜଣଙ୍କର ଶାରୀରିକ ସମ୍ପର୍କ ଥିବା ଗ୍ରାମର ଆଉ ଜଣେ ବ୍ୟକ୍ତି ରଞ୍ଜିତ ଦେହୁରୀ ବୟସ ୨୪ ଜାଣିଥିଲା ଏହାର ସୁଯୋଗ ନେଇ ସେ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ନାବଳିକାର ମାଆ ଜାଣିଲା ପରେ ଏ ଘଟଣା କାହାରିକୁ ନଜଣାଇବାକୁ କହିବା ସହ ଘଟଣା ବିଷୟରେ ଆଉ କିଏ ଜାଣିଲେ ତାକୁ ମାରିଦେବାକୁ ଧମକ ଦେଇଥିଲେ । ନାବାଳିକା ଜଣଙ୍କ କେବେ କେବେ ଦିନ ମଜୁରିଆ କାମ କରିବାକୁ ଯାଉଥିଲେ ମଧ୍ୟ ଏହାର ସୁଯୋଗ ନେଇ ତାକୁ ବାରମ୍ବାର ଦୁର୍ତ୍ସମ କରିଚାଲୁଥିଲେ । ନାବାଳିକା ଏ ବିଷୟରେ ମା କୁ ଜଣାଇଲା ପରେ ତାଙ୍କ ମା ଦାଶରଥି ଓ ରଞ୍ଜିତ ପରିବାରର ଲୋକଙ୍କୁ ଜଣାଇଥିଲେ । ଘଟଣାକୁ ନେଇ ଗ୍ରାମରେ ୬/୨ ରେ ଏକ ଗ୍ରାମସଭା ବସିଥିଲା ଗ୍ରାମର ସମସ୍ତ ଲୋକଙ୍କୁ ନାବାଳିକା ଦୁଇଜଣ ଜବରଦସ୍ତ ଦୁର୍ତ୍ସମ କରିଥିବାରୁ ସେ ୯ମାସର ଗର୍ଭବତୀ ହୋଇଥିବା ଜଣାଇଥିଲେ । ନାବାଳିକାଟି ହଟାତ ଅଚେତ ଅବସ୍ଥାରେ ପଡିଯିବାରୁ ତାକୁ ବାଂଶପାଳ ଡାକ୍ତର ଖାନାକୁ ନେଇଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘଷଣା କରିବା ପରେ ନାବାଳିକାର ମା ଥାନାରେ ଅଭିଯୋଗ କରିଥିଲେ । ଚାଇଡ଼ଲାଇନର ନିର୍ଦ୍ଦେଶ ପରେ ଉଆନ ଷ୍ଟପ ସେଣ୍ଟରର ଐଶ୍ୱର୍ଯ୍ୟ ଦାସ ଓ ନୟାକୋଟ ଥାନା ଅଧିକାରୀ ତଦନ୍ତ କରିବା ସହ ୧୧/୨୦ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।