ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା; ଅପରାଧ ଲୁଚାଇବାକୁ ଶବକୁ କୂଅରେ ଫିଙ୍ଗିଲେ

ପାଟନା: କରୋନା ଭୟରେ ଲୋକ ଥରହର । ସାରା ଦେଶରେ ଲକ୍ଡ଼ାଉନ । ଏପରି ସ୍ଥିତିରେ ବିହାରର ଦେଓଘର ଜିଲାର ମୋହନପୁର ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗତ ମଙ୍ଗଳବାର ଏହି ଘଟଣା ଘଟିଛି । ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ପରେ ମେ ୧ ତାରିଖ (ଶୁକ୍ରବାର) ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ସେମାନଙ୍କର ଅପରାଧ ସ୍ବୀକାର କରିଛନ୍ତି ।

ଗତ ୨୮ ତାରିଖରୁ ଛାତ୍ରୀ ଜଣକ ନିଖୋଜ ଥିଲେ, ତାଙ୍କର ପିତା ଏ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ । ମାତ୍ର ୩୦ ତାରିଖରେ ତାଙ୍କର ଶବ ମିଳିବା ପରେ ପୁଲିସ ଘଟଣାକୁ ନେଇ ତତ୍ପର ହୋଇ ଉଠିଥିଲା । ଦେଓଘର ଏସପି ପିୟୂଷ ପାଣ୍ଡେଙ୍କ ସୂଚନା ଅନୁସାରେ ଛାତ୍ରୀଙ୍କ ବାପା ଦୁଇ ସନ୍ଦିଗ୍ଧ ଯୁବକଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲେ । ଏହି ଘଟଣାରେ ପୁଳିସ ଗାଁର ରାଜକିଶୋର ଯାଦବ ଓ ସନ୍ତୋଷ ଯାଦବଙ୍କୁ ଗିରଫ କରିଛି । ଜେରା ବେଳେ ସେମାନେ ଘଟଣାରେ ନିଜର ସଂପୃକ୍ତି ସ୍ବୀକାର କରିଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ସହ ଦୁଷ୍କର୍ମ କରିବା ପରେ ଦୁଇ ଯୁବକ ତାଙ୍କୁ ହତ୍ୟା କରିଥିଲେ ଓ କୂଅରେ ଫିଙ୍ଗି ଦେଇଥିଲେ । ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳରେ ଗତ ୧ ବର୍ଷ ମଧ୍ୟରେ ଏହା ୩ୟ ମାମଲା । ପ୍ରତ୍ୟେକ ଘଟଣାରେ ଅଭିଯୁକ୍ତମାନେ ବଳାତ୍କାର ପରେ ମୃତ ଦେହକୁ କୂଅରେ ଫିଙ୍ଗି ଦେଇଥିବା ଘଟଣା ଦୃଷ୍ଟିକୁ ଆସିଛି । 

Comments are closed.