ଦୁଇଟି ବଳାତ୍କାର ଓ ଗୋଟିଏ ଛାତ୍ରୀ ଅସଦାଚରଣ ମାମଲା; ୪ଜଣ ନିର୍ଦୋଷ ସାବ୍ୟସ୍ତ

ନବରଙ୍ଗପୁର: ଦୁଇଟି ବଳାତ୍କାର ଓ ଗୋଟିଏ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ୪ ଜଣ ଅଭିଯୁକ୍ତ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ଏକ କୋଠରୀ ଭିତରେ ଅସଦାଚରଣ କରିଥିଲେ । ସେମିତି ଅନ୍ୟ ଜଣେ ଶିକ୍ଷକ ମନୋଜ ନାୟକ ମଧ୍ୟ ସେହିଭଳି ଅସଦାଚରଣ କାର୍ଯ୍ୟ କରିଥିଲେ ବୋଲି ଛାତ୍ରୀଙ୍କ ବାପା ୨୦୨୦ ଜାନୁୟାରୀ ୬ ତାରିଖରେ ଦାବୁଗା ଥାନାରେ ଏତଲା ଦେଇଥିଲେ । ପୁଲିସ କେସ ନମ୍ବର ୦୨ / ୨୦ରେ ମାମଲା ରୁଜୁ କରି ଅଭିଯୋଗଫର୍ଦ କୋର୍ଟରେ ଦାଖଲ କରିଥିଲେ । ଏହି ଘଟଣାରେ ସାକ୍ଷ୍ୟ ପ୍ରମାଣକୁ ଭିତି କରି ଅତିରିକ୍ତ ଜିଲା ଦୌରା ଜଜ ପ୍ରଣୟ କୁମାର ଦାଶ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ସେହିଭଳି ଜଣେ ନାବାଳିକାଙ୍କୁ ଦ୍ୱିତୀୟ ସ୍ତ୍ରୀ ଭାବେ ରଖିବି କହି କୋଡିଙ୍ଗା ଥାନା ଅଧୀନ ସାନଗୁମୁଡା ଗାଁର ଚନ୍ଦ୍ର ମାଝୀ ଶାରୀରିକ ସମ୍ପର୍କ ରଖିଲେ । ସେ ଗର୍ଭବତୀ ହେବା ପରେ ଚନ୍ଦ୍ରଙ୍କୁ ବିବାହ କରିବାକୁ ଅନୁରୋଧ କରିଥିଲେ । ଚନ୍ଦ୍ର ଆଉ ଗ୍ରହଣ କରି ନଥିଲେ । ଗାଁରେ ବୈଠକ କରି ଘଟଣା ସମ୍ପର୍କରେ ଆଲୋଚନା ହୋଇଥିଲା । ସେଥିରେ ଚନ୍ଦ୍ର ରାଜି ହୋଇ ଆଉ ଦେଖା ଦେଲାନାହିଁ । ଏନେଇ କୋଡିଙ୍ଗା ଥାନାରେ ନାବାଳିକାଙ୍କ ପକ୍ଷରୁ ୨୦୧୬ ଏପ୍ରେଲ ୧୯ ତାରିଖରେ ଏତଲା ଦିଆଯାଇଥିଲା । ପୁଲିସ କେସ ନମ୍ବର ୦୦୬୪/ ୧୬ରେ ମାମଲା ରୁଜୁ କରି କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ୨୦ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସ୍ପେସିଆଲ ଟ୍ରାକ କୋର୍ଟ ଜଜ୍ ଅପର୍ଣ୍ଣା ମହାପାତ୍ର ଚନ୍ଦ୍ର ମାଝୀଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ସେହିଭଳି ଝରିଗାଁ ଥାନା ଅଧୀନ ଢେପଗୁଡା ଗାଁର ଗୋପାଳ ମୁଦୁଲି ଜଣେ ମହିଳାଙ୍କୁ ବଳତ୍କାର କରିଥିବା ନେଇ ଥାନାରେ ୨୦୧୬ ଡିସେମ୍ବର ୨୮ ତାରିଖରେ ଅଭିଯୋଗ ହୋଇଥିଲା । ଏନେଇ କେସ ନମ୍ବର ୧୫୬/ ୧୬ ରୁଜୁ କରି ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲେ । ୧୩ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତି କରି ସ୍ପିସିଆଲ ଟ୍ରାକ କୋର୍ଟ ଜଜ ଅପର୍ଣ୍ଣା ମହାପାତ୍ର ଗୋପାଳଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ନରସିଂହ ତ୍ରିପାଠୀ, ପ୍ରଫୁଲ ସିଂ, ସେଖ ବାବା ଆଲିସା, ସଂଜୀବ ଭକ୍ତ ଓ ଆସାର ଜାନୀ ମାମଲା ପରିଚାଳନା କରୁଥିଲେ ।

Comments are closed.