ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଖୋର୍ଦ୍ଧା : ଜଟଣି ମୁଣ୍ଡିଆସାହି ଗୋପବନ୍ଧଧୁ ନଗରରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ନାବାଳିକାଙ୍କୁ ଜ‌ଣେ ଯୁବକ ବଳାତ୍କାର କରିବା ପରେ ହତ୍ୟା କରିଥିଲା। ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ମାଡ ମାରିବା ସହ ପୁଲିସକୁ ଦେଇଥିଲେ। ଅଭିଯୁକ୍ତର ଅବସ୍ଥା ଗୁରୁତର ଥିବାରୁ ତାକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।
ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।

Comments are closed.