ବିଟେକ ଛାତ୍ରୀଙ୍କୁ ବାରମ୍ବାର ବଳତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ଗୋପାଳପୁର : ଜଣେ ବିଟେକ ଛାତ୍ରୀଙ୍କୁ ଭୟଭୀତ କରି ବାରମ୍ବାର ବଳତ୍କାର କରିଥିବା ଅଭିଯୋଗରେ ରବିବାର ଗୋଳନ୍ଥରା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣଙ୍କ ଶଙ୍କର ନାୟକ ବୋଲି ପୁଲିସ ସୂଚନା ଦେଇଛି। ଗୋଳନ୍ଥରା ପୁଲିସ ପକ୍ଷରୁ ରବିବାର ଅଭିଯୁକ୍ତ ଶଙ୍କରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଯୁବକଙ୍କ ଜାମିନ ନାମଞ୍ଜୁର ହେବାପରେ ଜେଲ ଯାଇଥିବା ଜଣାପଡିଛି।
ଅଭିଯୋଗ ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଜୈନିକ ରାଜନୈତିକ ବ୍ୟକ୍ତିଙ୍କ ଘରେ ଡ଼୍ରାଇଭର ଭାବେ କାର୍ୟ୍ୟ କରୁଥିବା ଶଙ୍କର ନାୟକ ଉକ୍ତ ପରିବାରର ଜଣେ ବିଟେକ ଛାତ୍ରୀଙ୍କୁ ଗତ ଏକ ବର୍ଷ ହେବ ବିଭିନ୍ନ ପ୍ରଲୋଭନ ଦେଖାଇ ବଳପୂର୍ବକ ବାରମ୍ବାର ବଳତ୍କାର କରୁଥିବା ନେଇ ପୀଡିତା ଜଣଙ୍କ ଗତ ଶୁକ୍ରବାର ଦିନ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନାରେ କେସ ନମ୍ବର ୩୦୬/୧୯ ଦଫା ୩୭୬ (୨- ଦ୍ଭ )/୫୦୬ ଆଇପିସି ଅନୁସାରେ ଅଭିଯୁକ୍ତ ଶଙ୍କର ନାୟକକୁ ଶନିବାର ଗିରଫ କରାଯାଇଥିଲା । ପୁଲିସ ପକ୍ଷରୁ ଉଭୟ ପୀଡିତା ଏବଂ ଅଭିଯୁକ୍ତଙ୍କ ମେଡିକାଲ ଟେଷ୍ଟ ମଧ୍ୟ କରାଯିବା ସହ ଶନିବାର ଏସଡ଼ିଜେଏମ୍ କୋର୍ଟରେ ପିଡିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛ। ଏହି କ୍ରମରେ ରବିବାର ଅଭିଯୁକ୍ତ ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି । ଶଙ୍କରର ଜାମିନ ନାମଞ୍ଜୁର ହେବା ପରେ ତାକୁ ଵିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

Comments are closed.