ଆମେରିକା ରାଷ୍ଟ୍ରପତିଙ୍କ ବିରୋଧରେ ବଳାତ୍କାର ଅଭିଯୋଗ: ଜଜ୍ କହିଲେ ତଦନ୍ତରୁ ବର୍ତି ପାରିବେ ନାହିଁ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପଙ୍କ ବିରୋଧରେ ଆସିଛି ବଳାତ୍କାର ଅଭିଯୋଗ । ତାଙ୍କ ବିରୋଧରେ ଆସିଥିବା ମାମଲାକୁ ବିଚାର ନିମନ୍ତେ ବିଳମ୍ବିତ କରିବା ନିମନ୍ତେ ଅନୁରୋଧକୁ ଆମେରିକାର ଏକ ଅଦାଲତ ପ୍ରତ୍ୟାଖ୍ୟାନ କରିବା ସହ ତଦନ୍ତରୁ ଟ୍ରମ୍ପ ବର୍ତି ପାରିବେ ନାହିଁ ବୋଲି କହିଛନ୍ତି ।
୧୯୯୦ ମସିହାରେ ଡ଼ୋନାଲ୍ଡ଼ ଟ୍ରମ୍ପ ତାଙ୍କୁ ବଳାତ୍କାର କରିଥିଲେ ବୋଲି ସମ୍ପୃକ୍ତ ମହିଳା ଅଭିଯୋଗ କରିଥିଲେ । ଏ ସମ୍ପର୍କ​‌ରେ ଟ୍ରମ୍ପଙ୍କ ଓକିଲ ମାମଲାକୁ ମିଥ୍ୟା ବୋଲି କହିଥିଲେ । ଅନ୍ୟପକ୍ଷରେ ଅଭିଯୋଗକାରିଣୀ ମହିଳା କ୍ୟାରୋଲଙ୍କ ଆଇନଜୀବୀ ରବର୍ଟ କପଲାନ ସେହି ସମୟରେ ଟ୍ରମ୍ପ ଅଭିଯୋଗକାରିଣୀଙ୍କୁ ବଦନାମ କରିଥିବା ମିଥ୍ୟା ନୁହେଁ ବୋଲି କହିଥିଲେ ।

Comments are closed.