୭ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା

0

ଜୟପୁର: ୭ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା କରାଯାଇଛି। ତାର ମୃତ ଦେହ ଘର ନିକଟ ଏକ ପଡ଼ିଆରୁ ଗତ କାଲି ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ୩୪୦କିମି ଦୂର ଝଲୱରରେ ଘଟିଛି ଏହି ଅଘଟଣ।
ପୁଲିସ ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ଆଗରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା। ସନ୍ଧ୍ୟା ପରେ ଘରକୁ ନ ଫେରିବାରୁ ତାର ପରିବାର ଶନିବାର ସକାଳେ ନିକଟସ୍ଥ ଥାନାରେ ଖବର ଦେଇଥିଲେ। ଖୋଜାଖୋଜି କରିବା ପରେ ଶିଶୁ କନ୍ୟାକୁ ତାର ଘରର ୨୦୦ ମିଟର ଦୂରରେ ଏକ ପଡ଼ିଆରେ ପଡ଼ିଥିବା ଦେଖାଯାଇଥିଲା। ସେଠାରୁ ତାକୁ ଆମ୍ବଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶିଶୁକନ୍ୟାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଛି। ଗତ ପାଞ୍ଚ ମାସ ମଧ୍ୟରେ ସେଠାରେ ଏଭଳି ଦ୍ୱିତୀୟ ଘଟଣା ଘଟିଛି। ଏହି ଘଟଣା ପରେ ସେଠାରେ ରାଜନୀତି ଉଷ୍ମ ହୋଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି ବୋଲି କଂଗ୍ରେସ ନେତା ସଚ୍ଚିନ୍‍ ପାଇଲଟ୍‍ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

Leave A Reply