ବଳାତ୍କାର ଅଭିଯୋଗରେ ଗିରଫ ନିମାପଡ଼ା ଥାନା କନଷ୍ଟେବଳ ନିଲମ୍ବିତ

ପୁରୀ : ବଳାତ୍କାର ଅଭିଯୋଗରେ ଗିରଫ ପୁରୀ ଜିଲା ନିମାପଡ଼ା ଥାନା କନଷ୍ଟେବଳ ଗଙ୍ଗାଧର ରାଉତଙ୍କୁ ପୁଲିସ ଅଧିକ୍ଷକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସତ୍ୟବାଦୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ତାଙ୍କୁ ସତ୍ୟବାଦୀ ପୁଲିସ ଗିରଫ କରିଥିଲା ଓ କୋର୍ଟ ଚାଲାଣ କରିଥିଲା।

ସୂଚନା ଅନୁସାରେ, ଗଙ୍ଗାଧରଙ୍କ ନାଁରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ମହିଳାଙ୍କ ଘର ସତ୍ୟବାଦୀ ଥାନା ଅଞ୍ଚଳରେ। ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଗଙ୍ଗାଧର ତାଙ୍କୁ ବଳାତ୍କାର କରିଥିବା ନେଇ ପୀଡ଼ିତା ୨୦୧୮ରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗଙ୍ଗାଧରଙ୍କୁ ନିଲମ୍ବନ କରାଯାଇଥିଲା। ପ୍ରତିବାଦରେ ଗଙ୍ଗାଧର ହାଇକୋର୍ଟ ଯାଇଥିଲେ। ପରେ ଅଦାଲତ ଅବମାନନା ଅଭିଯୋଗରେ ଗଙ୍ଗାଧରଙ୍କୁ ୪ ସପ୍ତାହ ଭିତରେ ହାଜର ହେବାକୁ ହାଇକୋର୍ଟ ନୋଟିସ ଦେଇଥିଲେ। କିନ୍ତୁ ସେ ହାଜର ହୋଇ ନ ଥିଲେ। ଫଳରେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। ଏହା ପରେ ସେ ଫେରାର ହୋଇଯାଇଥିଲେ।

Comments are closed.