ପୁଣି ଲଜ୍ଜା; ମହିଳାଙ୍କୁ ଚଳନ୍ତା ବସ୍‌ରେ ବଳାତ୍କାର ଅଭିଯୋଗ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ବଳାତ୍କାର ପରେ ଅଭିଯୁକ୍ତ ଜଣକ ମହିଳାଙ୍କୁ ଦିଲ୍ଲୀ ରାସ୍ତାରେ ଅଚେତ ଅବସ୍ଥାରେ ପକାଇ ପଳାଇ ଯାଇଥିଲେ। ଏନେଇ ଖବରପାଇବା ପରେ ପୁଲିସ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଚେତା ଫେରିବା ପରେ ମହିଳାଙ୍କୁ କହିବା ଅନୁସାରେ, ସେ ଶୁକ୍ରବାର ରାତିରେ ଭେସାଲୀ ବସ୍ ଷ୍ଟାଣ୍ଡରୁ ଏକ ବସ୍‌ରେ ବସିଥିଲେ। ଏହା ପରେ ବସ୍ ଚାଳକ ଥଣ୍ଡା ପାନୀୟରେ ଡ୍ରଗ୍ସ ମିଶାଇ ପିଇଥିଲେ। ପିଇବା ପରେ ମହିଳାଙ୍କୁ ଚଳନ୍ତା ବସରେ ବଳାତ୍କାର କରିଥିଲେ। ତା’ପରେ ସେ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କୁ ଦିଲ୍ଲୀ ରୋଡରେ ଫିଙ୍ଗି ପଳାଇ ଯାଇଥିଲେ। ପୁଲିସ ମହିଳାଙ୍କ ବିବୃତ୍ତି ରେକର୍ଡ କରିଛି।

Comments are closed.