ଆଦିବାସୀ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବାଲେଶ୍ବର: ନୀଳଗିରି ଥାନା ଅଞ୍ଚଳର ଜଣେ ଆଦିବାସୀ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ ପଡ଼ୋଶୀ ବୁଦ୍ଧିଆ ସିଂ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ନାବାଳିକାର ବାପା ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ମା’ ପାଖ ସ୍କୁଲରେ ରୋଷେଇ କରିବାକୁ ଯାଇଥିବା ବେଳେ ବାପା କରମା ପର୍ବକୁ ଯାଇଥିବା ସୁଯୋଗ ନେଇ ଏଭଳି ଦୁଷ୍କର୍ମ ହୋଇଥିବା ଦିବ୍ୟାଙ୍ଗ ପୀଡିତା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ନୀଳଗିରି ପୁଲିସ ମିନତୀ ବିଶ୍ୱାଳ ତଦନ୍ତ କରି ସଂପୃକ୍ତ ଯୁବକକୁ ଗିରଫ କରିଛନ୍ତି।

Comments are closed.