ଥମୁନି ଲଜ୍ଜା; ପୁଣି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନବରଙ୍ଗପୁର: ରାଜ୍ୟରେ ଗଣଦୁଷ୍କର୍ମ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ରାଜ୍ୟର ବିଭିନ୍ନ କୋଣରେ କେହି ନା କେହି ନାବାଳିକା ବା ଯୁବତୀ ନାର୍ଯାତନାର ଶିକାର ହେଉଛନ୍ତି। ସେହିପରି ନବରଙ୍ଗପୁରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା​‌ କରାଯାଇଥିବା ଅଭିଯୋଗ ହୋଇଛି। କୋଷାଗୁମୁଡା ଥାନା ଅଞ୍ଚଳରେ ଏକ ୧୬ ବର୍ଷୀୟ ନାବାଳିକାର ମୃତଦେହ ଶନିବାର ବିଲ ମଝିରୁ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଅଧିକ ଖବର ହସ୍ତଗତ ହୋଇ ପାରିନାହିଁ।

Comments are closed.