ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ବଳାତ୍କାର; ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଥାନା ଅଞ୍ଚଳରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀକୁ ବଳାତ୍କାର କରିବା ଅଭିଯୋଗରେ ଅଭିଯୁକ୍ତ ଗିରଫ ହୋଇଛି। ବରୀ ଅଞ୍ଚଳର ଦାମୋଦର ଦାସ (୫୨) ନାମକ ଜଣେ ବ୍ୟକ୍ତି ଗୁରୁବାର ସନ୍ଧ୍ୟାରେ ପଡୋଶୀ ଘରର ୯ ବର୍ଷର ନାବାଳିକାକୁ ଚକଲେଟ ଦେବା ବାହାନାରେ ଡାକି ନେଇ ବଳାତ୍କାର କରିଥିଲା । ଏସମ୍ପର୍କରେ ନାବାଳିକା ପରିବାର ଲୋକଙ୍କୁ କହିବା ପରେ ତାର ପିତା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏନେଇ ଏକ ମାମଲା ରିଜୁ କରି ଅଭିଯୁକ୍ତକୁ ଗିରଫ କରିଛି । ଗୁରୁବାର ଡାକ୍ତରୀ ମାଇନା ହେବା ପରେ ପିଡୀତାଙ୍କ ବୟାନ ରେକର୍ଡ କରାଯାଇଛି ଏବଂ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

Comments are closed.