ମହିଳାଙ୍କୁ ଗଣବଳାତ୍କାର ଉଦ୍ୟମ ଅଭିଯୋଗ  

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରୁ ଏକ ସଙ୍ଗିନ ଅଭିଯୋଗ ଆସିଛି । ସ୍ୱାମୀ ଓ ଦୁଇ ପୁଅଙ୍କୁ ନିସ୍ତୁକ ମାଡ ମାରିବା ସହ ଘରୁ ଉଠାଇ ନେଇ ଜଣେ ମହିଳାଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଶୁକ୍ରବାର ରାତିରେ ମହିଳା ଜଣଙ୍କ ସ୍ୱାମୀ ଓ ଦୁଇ ପିଲାଙ୍କ ସହ ଘରେ ଶୋଇଥିବା ୩ ଜଣ ଦୁର୍ବୃତ୍ତ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ । ସେମାନେ ମହିଳାଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କୁ ନିସ୍ତୁକ ମାଡ ମାରିଥିଲେ । ଦୁର୍ବୃତ୍ତଙ୍କ ମାଡରେ ସ୍ବାମୀ ଅଚତ ହେବା ପରେ ସେମାନେ ମହିଳାଙ୍କୁ ଘୋଷାରି ଘୋଷାରି ନିକଟରେ ଥିବା ଏକ ବିଲକୁ ନେଇଥିଲେ । ସେଠାରେ ତାଙ୍କୁ ମାଡ ମାରିବା ସହ ଗଣବଳାତ୍କାର ଉଦ୍ୟମ କରିଥିଲେ । ହେଲେ ସୌଭାଗ୍ୟବଶତଃ ମହିଳା ଜଣଙ୍କ ସେମାନଙ୍କ କବଳରୁ ଖସି ପଳାଇ ଆସିବାର ସଫଳ ହୋଇଥିଲେ । ଦୁର୍ବୃତ୍ତଙ୍କ ମାଡରେ ଦୁଇ ପୁଅ ରକ୍ତାକ୍ତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.