ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

କେନ୍ଦୁଝର: ପୁଣି ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କୁ ଟିସ୍କୋ ମେଡିକାଲରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ସୋମବାର ରାତିରେ ନାବାଳିକା ଜଣଙ୍କ ସମ୍ପର୍କୀୟଙ୍କ ସହ ରାସ୍ତାରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ । ନିକଟରେ ଥିବା ଏକ ପଡିଆରେ ନାବାଳିକାଙ୍କୁ ଗଣବଳାତ୍କାର କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଛାଡି ପଳାଇ ଯାଇଥିଲେ । ଦୁର୍ବୃତ୍ତମାନେ ନାବାଳିକାଙ୍କ ସହ ଥିବା ସମ୍ପର୍କୀୟଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ଯୋଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Comments are closed.