୧୨ ବର୍ଷ ନାବାଳିକାକୁ ବଳାତ୍କାର ଅଭିଯୋଗ ; ଅଭିଯୁକ୍ତ ଗିରଫ

ବାଲେଶ୍ବର : ଜଣେ ୧୨ ବର୍ଷ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ବାଲେଶ୍ବର ଜିଲା ସୋର ଅଞ୍ଚଳରେ ଏହି ଘଟଣାଟି ଘଟିଛି ।

ସୂଚନାଯୋଗ୍ୟ, ଗତକାଲି ଦିନ ୧୨ଟା ବେଳେ ସେହି ଅଞ୍ଚଳର ପଣ୍ଡା ସିଂ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ମାଡ ମାରି ଘରୁ ବାହାର କରି ଦେଇଥିଲା। ପରେ ପଣ୍ଡା ସିଂ ସେହି ଅଞ୍ଚଳର ଜଣେ ବାର ବର୍ଷର ନାବାଳିକାକୁ ନେଇ ନିକଟରେ ଥିବା ଏକ ଟ୍ରେନ ଲାଇନ କଡକୁ ତା’ ସ୍ତ୍ରୀକୁ ଖୋଜିବାକୁ ଯାଇଥିଲା। ରେଲ ଲାଇନରେ ଥିବା ପୋଲ ତଳେ ପଣ୍ଡା ଉକ୍ତ ନାବାଳିକା ସହ ବଳାତ୍କାର କରିଥିଲା ବୋଲି ନାବାଳିକାର ବାପା ସୋର ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ବିଳମ୍ବିତ ରାତିରେ ମାମଲା ରୁଜୁ କରି ପସ୍କୋ ଆକ୍ଟ ଆଧାରରେ ଅଭିଯୁକ୍ତ ପଣ୍ଡା ସିଂକୁ ଗିରଫ କରିଛି।

Comments are closed.