ବଙ୍ଗୀୟ ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ

0

ବାଲେଶ୍ୱର: ଜଣେ ବଙ୍ଗୀୟ ନାବାଳିକାଙ୍କ ସହ ଗଣ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରୁ ଆସିଛି । ପୀଡିତା ନାବାଳିକାଙ୍କ ଘର ପଶ୍ଟିମବଙ୍ଗର ରାମପୁର ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, କିଛି ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । ପରେ ତାଙ୍କୁ ନିଶା ଔଷଧ ଖୁଆଇ ଗଣବଳାତ୍କାର କରିଥିଲେ ଓ ପରେ ଭୋଗରାଇ ବ୍ଲକ୍‌ ରସୁଲପୁର ଗାଁ ନିକଟରେ ଫୋପାଡ଼ି ଚାଲି ଯାଇଥିଲେ । ରାସ୍ତା କଡରେ ନାବାଳିକା ପଡିଥିବାର ଦେଖି ସ୍ଥାନୀୟଲୋକେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଭୋଗରାଇ ପୁଲିସ ପହଞ୍ଚି ନାବାଳିକାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Leave A Reply