ମହିଳାକୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

0

ଗଞ୍ଜାମ: ସୋରଡା ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ମେରୀକୋଟ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ମେରିକୋଟ ଗ୍ରାମର ଉମା ପରିଡ଼ା । ସୂଚନା ମୁତାବକ ଗତ ବୁଧବାର ରାତିରେ ପୀଡ଼ିତା ନିଜ ଘରେ ଶୋଇ ଥିବା ବେଳେ ସମ୍ପୁକ୍ତ ଯୁବକ ପୀଡ଼ିତାଙ୍କ ଘରେ ପଶି ବଳାତ୍କାର କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇ ଥିଲା । ଶୁକ୍ରବାର ବଡ଼ଗଡ଼ ପୁଲିସ ଉମା ପରିଡାକୁ ଗିରଫ କରିଥିଲା । ବଡ଼ଗଡ଼ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଛି ।

Leave A Reply