ବଳାତ୍କାର ପୀଡିତାଙ୍କୁ ମାତ୍ର ୬ ଘଣ୍ଟାରେ ମିଳିଲା ନ୍ୟାୟ

0

ଉଜ୍ଜେନ:  ମାତ୍ର ୬ ଘଣ୍ଟାରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଚାରି ବର୍ଷର ଜଣେ ନାବାଳିକା ସହ ବଳାତ୍କାର ମାମଲାରେ ଉଜ୍ଜେନର କିଶୋର ନ୍ୟାୟ ବୋର୍ଡ ୬ ଘଣ୍ଟାରେ ଫଇସଲା ଶୁଣାଇଛନ୍ତି । ସୋମବାର ନ୍ୟାୟ ବୋର୍ଡ ଜଣେ ୧୪ ବର୍ଷର ଅଭିଯୁକ୍ତଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହିତ ବାଳାଶ୍ରମକୁ ପଠାଇବାକୁ ନିର୍ଦେଶ ଦେଇଛନ୍ତି ।

ବଳାତ୍କାର ମାମଲାରେ ଦେଶରେ ଏହାପୂର୍ବରୁ ଏତେ ତ୍ବରିତ ଶୁଣାଣି ହୋଇ ନ ଥିଲା। ଏହି ଘଟଣାଟି ୬ ଦିନ ପୂର୍ବର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ନାବାଳିକଙ୍କୁ ପ୍ରଲୋଭିତ କରି ଅଭିଯୁକ୍ତ ଜଣକ ଘରକୁ ଡାକି ନେଇ ବଳାତ୍କାର କରିଥିଲା। ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ସୋମବାର ରାଜସ୍ଥାନରେ ଥିବା ଜଣେ ସମ୍ପର୍କୀୟଙ୍କ ଘରୁ ​ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଏସପି ସଚିନ ଅତୁଲକରଙ୍କ ସୂଚନା ଅନୁଯୟୀ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଡିଏନ୍ଏ ରିପୋର୍ଟ ମିଳିଯାଇଥିଲା।  ଡିଏନ୍ଏ ରିପୋର୍ଟରୁ ନାବାଳକ ଜଣକ ବଳାତ୍କାର କରିଥିବା ପ୍ରମାଣିତ ହୋଇଛି ।  ସୋମବାର ସକାଳ ୧୧ଟାରେ ମାଲନବାସା ସ୍ଥିତ କିଶୋର ନ୍ୟାୟ ବୋର୍ଡରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ବିଚାରପତି ତୃପ୍ତି ପାଣ୍ଡେ ସାକ୍ଷୀ, ପ୍ରମାଣ, ମେଡିକାଲ ଓ ଡିଏନ୍ଏ ରିପୋର୍ଟ ଆଧାରରେ ନାବାଳକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Leave A Reply