ମନ୍ଦିର ଭିତରେ ବଳାତ୍କାର ଅଭିଯୋଗ

0

ନୋଇଡ଼ା: ଗ୍ରେଟର ନୋଇଡ଼ା ଅଞ୍ଚଳରେ ଜଣେ ମହିଳାଙ୍କୁ ମନ୍ଦିର ଭିତରେ ଜଣେ ପୂଜକ ବଳାତ୍କାର କରିଥିବା ଅଭିଯୋଗ ଆସିଛି। ପୁଲିସ ସୂଚନା ଅନୁଯାୟୀ ବାଦଲପୁର ଥାନା ଅଧୀନ ଧୁମ୍‍ ମାନିକପୁର ଗ୍ରାମରେ ଜୁଲାଇ ୯ ତାରିଖରେ ଘଟିଛି ଏହି ଘଟଣା। ମହିଳା ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ମନ୍ଦିରକୁ ଯାଇଥିଲେ। କିଛି ସମୟ ପରେ ସେଠାକାର ପୂଜକ ସ୍ୱାମୀ କହ୍ନେୟା ନନ୍ଦ ଉକ୍ତ ମହିଳାଙ୍କୁ ତାଙ୍କ କୋଠରିକୁ ଡାକି ସେଠାରେ ବଳାତ୍କାର କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଘଟଣା ପରେ ପୂଜକ ଫେରାର ଅଛନ୍ତି।

Leave A Reply