ସାଲେପୁର ନାବାଳିକା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

0

କଟକ:  ସାଲେପୁରରେ ବଳାତ୍କାର ପରେ ହତ୍ୟା ଉଦ୍ୟମ  ହୋଇଥିବା ନାବାଳିକା ପୀଡିତାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଥିବା ଏସ୍‌ସିବି ମେଡିକାଲ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ତାଙ୍କର ପଲସ୍‌ ରେଟ୍‌ କମ୍‌ ରହୁଛି ।  ସେ ଖାଦ୍ୟ ଗ୍ରହଣ କରି ପାରୁ ନାହାନ୍ତି । ଏକ ୧୩ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିବା ଏସ୍‌ସିବି ମେଡିକାଲ କଲେଜ୍‌ର ଜରୁରି କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଏବେ ତାଙ୍କ ବିଷୟରେ କିଛି କହିବା ଅତି କଷ୍ଟକର ବୋଲି ସେ ସୂଚନା ଦେଇଛନ୍ତି ।

ଏପ୍ରିଲ ୨୧ ତାରିଖରେ  ୬ ବର୍ଷୀୟ ନାବାଳିକାକୁ ଅତି ଗୁରୁତର ଅବସ୍ଥାରେ ଏକ ବିଦ୍ୟାଳୟର ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ସାଲେପୁର ଓ କଟକ ଏସ୍‌ସିବି ମେଡିକାଲ କଲେଜ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତ ମହମ୍ମଦ ମୁସାକକୁ ପୁଲିସ ଗିରଫ କରିଛି । ସେ ବଳାତ୍କାର ପରେ ପୀଡିତାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା ।

Leave A Reply