ଡବଲ୍ ରୋଲରେ ରଣବୀର

0

ମୁମ୍ବଇ: ବଲିଉଡ଼ର ଭର୍ସାଟାଇଲ ଆକ୍ଟର ଭାବେ ଜଣାଶୁଣା ରଣବୀର କପୁରଙ୍କୁ ପ୍ରଥମ ଥର ପାଇଁ ଡବଲ୍ ରୋଲରେ ଦେଖିବାକୁ ମିଳିବ। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଶମସେରା’ରେ ସେ ଉଭୟ ବାପା ଓ ପୁଅ ଭୂମିକାରେ ଅଭିନୟ କରିବେ। ଇତିମଧ୍ୟରେ ଏହି ଚଳଚ୍ଚଚିତ୍ରର ଶୁଟିଂ ଆରମ୍ଭ ହୋଇଯାଇଛି। ତେବେ ରଣବୀର ନିଜ ଫିଲ୍ମି କ୍ୟାରିୟରରେ ପ୍ରଥମ ଥର ପାଇଁ ଡବଲ୍ ରୋଲରେ ଅଭିନୟ କରୁଥିବାରୁ ଖୁବ୍ ପରିଶ୍ରମ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ‘ଶମସେରା’ରେ ରଣବୀରଙ୍କୁ ଜଣେ ଡାକୁ ଭୂମିକାରେ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କରଣ ମାଲହୋତ୍ରା ବହନ କରିଛନ୍ତି। ଏଥିରେ ରଣବୀରଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଓ ବାଣୀ କପୁରଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ‘ଶମସେରା’ ଆସନ୍ତା ବର୍ଷ ୩୦ ଜୁଲାଇରେ ମୁକ୍ତିଲାଭ କରିବାର ସମ୍ଭାବନା ରହିଛି।

Leave A Reply