ଆର୍ଯ୍ୟନ ଇସ୍ପାତ୍‌ ହଷ୍ଟେଲ୍‌ ଛାତ ଉପରୁ ପଡି ଠିକା କର୍ମଚାରୀ ମୃତ

ରେଙ୍ଗାଲି -ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ଫୁଲଚାଙ୍ଗେର୍‌ ଠାରେ ଥିବା ଆର‌୍ୟନ୍‌ ଇସ୍ପାତ୍‌ କାରଖାନାର   ହଷ୍ଟେଲ ର ଚାରି ମହଲା କୋଠା ଉପରୁ ପଡି ଜନୈକ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା  ପୁଲିସ ସୂଚନା ଦେଇଛି।

 

ମୃତ ଠିକା କର୍ମଚାରୀ ମୁକେଶ ଷଣ୍ଢ(୨୩) ସୁନ୍ଦରଗଡ ଜିଲ୍ଲା କୁତ୍ରା ର ଅଧିବାସୀ । ସେ ଫ୍ରେଣ୍ଡ୍‌ ଇଞ୍ଜିନିୟରିଂ ନାମକ ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିଲେ । ଗତ କାଲି  ସେ ରାତି ସିଫ୍ଟର କାମ ସାରି ସକାଳେ କାରଖାନାରୁ ବାହାରିଥିଲେ । ସେ ରହୁଥିବା ବେଚ୍‌ଲର୍‌ ହଷ୍ଟେଲ କୁ ଆସିଥିଲେ । ସକାଳ ପ୍ରାୟ ୭ଟା ସମୟ ରେ ହଷ୍ଟେଲ ର ପଛପଟେ ତାଙ୍କର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା ।

କାରଖାନା କର୍ତ୍ତୃପକ୍ଷ ଠେଲକୋଲୋଇ ପୁଲିସ କୁ ସୂଚନା ଦେଇଥିଲେ । ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ର ଫୋରେନସିକ୍‌ ଟିମ୍‌ ସହ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଘଟଣା ର ତଦନ୍ତ କରିଥିଲେ ।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡିଛି ।  ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Comments are closed.