ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କଲେ ମୁମ୍ବାଇ ମଡ଼େଲ; ମହାରାଷ୍ଟ୍ର ପୁଲିସକୁ ରିପୋର୍ଟ ତଲବ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଜଣେ ମଡ଼େଲ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି । ମହିଳା ଆୟୋଗ ଏହି ଅଭିଯୋଗକୁ ଗ୍ରହଣ କରି ମହାରାଷ୍ଟ୍ର ପୁଲିସ ମହାନିର୍ଦେଶକଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନଙ୍କ ବ୍ୟତୀତ ସୁରେଶ ନାଗ୍ରେ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମଡ଼େଲ ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମ୍ପୃକ୍ତ ମହିଳାଙ୍କୁ ୨୦୧୩ରେ  ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି। ଏହା ସହିତ ଅନ୍ୟ ଜଣେ ସୁରେଶ ନାଗ୍ରେ ମଧ୍ୟ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଏହି ମଡେଲ କେବଳ ବଳାତ୍କାର ଅଭିଯୋଗ କରିନାହିଁ ବରଂ ସର୍ବସାଧାରଣରେ ଏହି ଘଟଣା ବିଷୟରେ କହିଥିବାରୁ ଖରାପ ପରିଣାମର ସମ୍ମୁଖୀନ ହେବାକୁ ମଧ୍ୟ ଧମକ ଦିଆଯାଇଛି । ଏ ସମ୍ପର୍କରେ ସେତେବେଳେ ସେ ଅଭିଯୋଗ କରିଥିଲେ ହେ ମହାରାଷ୍ଟ୍ର ପୁଲିସ କୌଣସି ପଦକ୍ଷେପ ନେଇ ନ ଥିବା ସମ୍ପୃକ୍ତ ମଡ଼େଲ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଏହି ମାମଲାରେ ମହାରାଷ୍ଟ୍ରର ଡିଜିପିଙ୍କୁ ଏକ ଚିଠି ଲେଖି ୨୦୧୩ ରେ ପଞ୍ଜୀକୃତ ହୋଇଥିବା ମାମଲା ଏବଂ ଏହି ଘଟଣାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଗୋଡ଼୍ଡ଼ା ସାଂସଦ ନିଶିକାନ୍ତ ଦୁବେ ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ କହିଥିଲେ ସେ ଝାଡ଼ଖଣ୍ଡ ପୁଲିସ ମହାନିର୍ଦେଶକଙ୍କ ସହ ମିଶି ବଳାତ୍କାର ଅଭିଯୋଗ କରିଥିବା ଯୁବତୀଙ୍କୁ ହତ୍ୟା କରିପାରନ୍ତି । ଏହା ସହ ଶ୍ରୀ ଦୁବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମହାରାଷ୍ଟ୍ର ସାଂସଦ ଶରଦ ପାୱାରଙ୍କୁ ମଧ୍ୟ ଟ୍ବିଟରରେ ଏହି ସୂଚନା ଦେଇ ଏକ ଝିଅର ଜୀବନ ବିପଦରେ ଅଛି, ତାକୁ ରକ୍ଷା କରନ୍ତୁ ବୋଲି ନିବେଦନ କରିଥିଲେ ।

Comments are closed.