କରୋନାରେ ଝାଡ଼ଖଣ୍ଡ ସଂଖ୍ୟାଲଘୁ ମନ୍ତ୍ରୀଙ୍କ ମୃତ୍ୟୁ

ରାଞ୍ଚି : ଝାଡଖଣ୍ଡର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ ଅନସାରୀଙ୍କର ପରଲୋକ ହୋଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ଏହି ନେତା କରୋନା ଭୂତାଣୁ ସଂକ୍ରମିତ ହୋଇ ରାଞ୍ଚିର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୭୩ବର୍ଷର ଏହି ନେତା ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେପ୍ଟେମ୍ବର ୨୩ରୁ ସେ କରୋନା ସଂକ୍ରମିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ଅକ୍ଟୋବର ୨ (ଶୁକ୍ରବାର) ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଶନିବାର ଅପରାହ୍ଣ ୩ଟା ୫୦ରେ ତାଙ୍କର ପରଲୋକ ହୋଇଛି।

Comments
Loading...