ଦିଲ୍ଲୀ ବୁରାଡ଼ି ମାମଲାର ଝାଡ଼ଖଣ୍ଡରେ ପୁନରାବୃତ୍ତି; ଗୋଟିଏ ପରିବାରର ୭ଜଣ ମୃତ

0

ରାଞ୍ଚି: ରାଜଧାନୀ ଦିଲ୍ଲୀରେ ଗୋଟିଏ ପରିବାରର ୧୧ଜଣଙ୍କ ମୃତ୍ୟୁ ଘଟଣା ଅନୁରୂପ ଝାଡ଼ଖଣ୍ଡରେ ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ସମଗ୍ର ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିସ୍ଥିତ କାଙ୍କି ଥାନା ଅନ୍ତର୍ଗତ ଏକ କୋଲ୍ଡ ଷ୍ଟୋରେଜ ନିକଟରେ ବସବାସ କରୁଥିବା ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଫରେନସିକ ଗାଡ଼ି ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତ ପରେ ମଧ୍ୟ ପରିବାରର ୭ଜଣଙ୍କୁ ହତ୍ୟା କରାଯାଇଛି ନା’ ସେମାନେ ଆତ୍ମହତ୍ୟା କରିଛନ୍ତି ଏ ସମ୍ପର୍କରେ କୌଣସି ତଥ୍ୟ ଜଣା ପଡ଼ି ନାହିଁ। ପରିବାରବର୍ଗ ଏକ ଭଡ଼ା ଘରେ ରହୁଥିବାବେଳେ ସେମାନଙ୍କ ସହ କାହାରି ଶତ୍ରୁତା ନଥିଲା ବୋଲି ପଡ଼ୋଶୀ ମାନେ ପୁଲିସ ଆଗରେ ପ୍ରକାଶ କରିଛନ୍ତି। ଚଳିତ ମାସ ଝାଡ଼ଖଣ୍ଡର ହଜାରିବାଗ ଅଞ୍ଚଳରେ ମଧ୍ୟ ଗୋଟିଏ ପରିବାରର ୬ଜଣ ବ୍ୟକ୍ତିଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ଅର୍ଥିକ ଅଭାବ ହେତୁ ପରିବାରବର୍ଗ ଅତ୍ମହତ୍ୟା କରିଥିବା ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା।

Leave A Reply