ପାକ୍‌ ପ୍ରଶଂସକଙ୍କୁ ଏମିତି ବୁଝାଇଲେ ଅଭିନେତା ରଣବୀର ସିଂ

ମାଞ୍ଚେଷ୍ଟର .- ପାକିସ୍ତାନ ଭାରତଠାରୁ ୮୯ ରନ୍‌ରେ ବିଶ୍ୱକପ୍‌ ଦିନିକିଆ ମ୍ୟାଚ ହାରି ଯାଇଛି । ଏହାପରେ ପାକିସ୍ତାନର କ୍ରିକେଟ ପ୍ରଶଂସକମାନେ ଏହାପରେ ଅତ୍ୟନ୍ତ ଦୁଃଖୀ ହୋଇଯାଇଥିଲେ । ଭାରତ ପାକିସ୍ତାନ ମ୍ୟାଚ ସମୟରେ ବଲିଉଡ୍‌ର ଅଭିନେତା ରଣବୀର ସିଂ ପଡିଆରେ ଉପସ୍ଥିତ ଥିଲେ । ଅନେକ ପାକିସ୍ତାନ ପ୍ରଂଶସକ ପଡିଆ ଭିତରେ କାନ୍ଦୁଥିବା ବେଳେ ରଣବୀର ତାଙ୍କ ନିକଟକୁ ଯାଇ ବୁଝାଇବା ସହ ସେଲଫି ନେଇଥିଲେ । ପାକିସ୍ତାନର ଖେଳାଳୀ ଭଲ ଖେଳ ଖେଳିବା ପାଇଁ ପ୍ରୟାସ କରିଥିଲେ । ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରିବେ ବୋଲି ବୁଝାଇଥିଲେ ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅପ୍‌ଲୋଡ୍ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଏହା ବେଶ୍‌ ଭାଇରାଲ୍‌ ହୋଇଛି । ୫ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି । ଏହାକୁ ଦେଖୁଥିବା ଲୋକ ଅଭିନେତା ରଣବୀର କାପୁରଙ୍କର ବିଶାଳ ହୃଦୟକୁ ନେଇ ବେଶ୍‌ ପ୍ରଶଂସା କରିଛନ୍ତି ।

 

View this post on Instagram

 

#RanveerSingh COMFORTING A PAKISTANI FANNNN!!! WE LOVEEEE YOUUUU ??????????

A post shared by ShowSha (@therealshowsha) on

Comments are closed.