ରଣବୀର-ଆଲିଆଙ୍କ ହାତଗଣ୍ଠି ପଡ଼ିଲା

ମୁମ୍ବଇ : ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କର ଗୁରୁବାର ହାତଗଣ୍ଠି ପଡ଼ିଛି। ପଞ୍ଜାବୀ ରିତି ନୀତି ଅନୁସାରେ ଏହି ବିବାହ ସମାରୋହ ଶେଷ ହୋଇଛି । ବିବାହକୁ ଗୋପନୀୟ ରଖିବାକୁ ଦୁଇ କଳାକାର ଓ ତାଙ୍କ ପରିବାର ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବଲିଉଡର ଖୁବ୍‌ ଅଳ୍ପ ଲୋକ ବିବାହରେ ଉପସ୍ଥିତ ଥିଲେ। କେବଳ କିଛି ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ମୁମ୍ବଇର ପାଲି ହିଲ୍‌ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ରଣବୀର-ଆଲିଆଙ୍କ ହାତଗଣ୍ଠି ପଡ଼ିଥିଲା।

ତେବେ ପ୍ରଶଂସକମାନେ ଭାରି ଉତ୍ସୁକତାର ସହ ଇନଷ୍ଟାଗ୍ରାମ୍‌ରେ ଅପେକ୍ଷା କରିବସିଥିଲେ। ରଣବୀର-ଆଲିୟାଙ୍କ ବିବାହର ପ୍ରତିଟି ଖବର ଏଇ ସାମାଜିକ ଗଣମାଧ୍ୟମରେ ଅପଡେଟ୍ ହେଉଥିଲା। ବିଗ୍- ବି ଅମିତାଭ ବଚ୍ଚନ ଏଇ ଯୋଡ଼ିଙ୍କୁ ଅଭିନନ୍ଦନ ଜଣାଇଥିଲେ। ତା’ ପରେ ଅନ୍ୟ ସିନେ କଳାକାରମାନେ ମଧ୍ୟ ସେମାନଙ୍କୁ ବିବାହର ଶୁଭକାମନା ଦେଇଥିଲେ। ତେବେ ଖୁବ ଜାକଜମକରେ ଏହି ହାଇପ୍ରୋଫାଇଲ ବାହାଘର ଅନୁଷ୍ଠିତ ହୋଇଛି।

Comments are closed.