ଲଇଡା ସମଲେଶ୍ୱରୀ ପୀଠରେ ରଣଜିତା ଉତ୍ସବ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ଲଇଡା ଠାରେ ଥିବା ଅରାଧ୍ୟ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ବିଧିମତେ ପୂଜା ଅର୍ଚ୍ଚନା କରାଯାଇ ରଣଜିତା ଉତ୍ସବ ପାଳନ କରାଯାଇଥିଲା । ଦେବୀଙ୍କ ପୂଜାର୍ଚ୍ଚନା ପରେ ଜମିଦାର ପୃଥ୍ୱୀରାଜ ସିଂହ, ଦିଲ୍ଲିପ ସିଂହ, ଦେବରାଜ ସିଂହଙ୍କ ତତ୍ତ୍ୱାବଧାନରେ ମନ୍ଦିର ପ୍ରାଙ୍ଗଣରୁ ଲଇଡା ଗଣ୍ଡ ସମାଜର ସଭାପତି ସୁବାଷ ନାଏକ, ସମ୍ପାଦକ ଦୟାସାଗର ପଟ୍ଟା ଏବଂ ଜମିଦାରଙ୍କ ବହୁ ସଂଖ୍ୟକ ଅନୁଗତ ଖଣ୍ଡା, ଖର୍ପର, ଗଦା, ମୁଦ୍ଗର ଆଦି ଅସ୍ତ୍ରଶସ୍ତ୍ର ସହ ରଣଜିତା ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଚିତ୍ତାକର୍ଷକ ରଣ କୌଶଳ ସମ୍ପର୍କିତ ଆଖଡା ପ୍ରଦର୍ଶନ କରାଯାଇଥିଲା । ପୁରୋହିତ କ୍ଷିରୋଦ ପୂଜାରୀ ସ୍ଥାୟୀ କମିଟିର ଉପ-ସଭାପତି ଗୋପବନ୍ଧୁ ପୃଷ୍ଟି, ସହ-ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ,କ୍କୋଷ ଭୋଇ, ଭବାନୀ ଶଙ୍କର ଭୋଇ, ବଳିଯାତ୍ରା ପୂଜା କମିଟିର ସଭାପତି ମଣ୍ଡଲି ରାଜେଶ ପୃଷ୍ଟି, ପ୍ରକାଶ ପୃଷ୍ଟି, ପ୍ରେମଦୀପ ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ରଣଜିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଣଜିତା ଉତ୍ସବ ଦେଖିବାକୁ ଦର୍ଶକଙ୍କ ଭିଡ ଲାଗି ରହିଥିଲା। ଲଇଡା ବ୍ୟତୀତ ରେଙ୍ଗାଲି ବ୍ଳକର ଝାଙ୍କରପାଲି-ଲାଉମାଲ ପାଖରେ ଥିବା ତୁଲାରମା ସମଲେଶ୍ୱରୀ ପୀଠରେ ମଧ୍ୟ ରଣଜିତା ଉତ୍ସବ ଅନୁଷ୍ଠିତ ହୋଇଥିବାର ଜଣାପଡିଛି।

Comments are closed.