ବିବାହ ବନ୍ଧନରେ ଆବଦ୍ଧ ହେଲେ ରାଣା ଦଗୁବତୀ

ହାଇଦ୍ରାବାଦ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ‘ବାହୁବଳୀ’ ଚଳଚ୍ଚିତ୍ରର ଲୋକପ୍ରିୟ କଳାକାର ରାଣା ଦଗୁବତୀ। ଶନିବାର ରାତିରେ ସେ ନିଜ ପ୍ରେମିକା ମିହୀକା ବଜାଜଙ୍କୁ ବିବାହ କରିଛନ୍ତି।

ହାଇଦ୍ରାବାଦର ରାମାନାଇଡୁ ଷ୍ଟୁଡିଓରେ ଉଭୟ ତେଲୁଗୁ ଓ ମାରୱାଡ଼ି ପରମ୍ପରା ଅନୁସାରେ ବିବାହ ସମ୍ପନ୍ନ ହୋଇଛି।

 

ଏହି ବିବାହକୁ ନେଇ ରାଣାଙ୍କ ପ୍ରଶଂସକମାନେ ପ୍ରତୀକ୍ଷା କରିଥିଲେ । କରୋନା ମହାମାରୀ ଯୋଗୁଁ ମାତ୍ର ୩୦ଜଣଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ସାମାଜିକ ଗଣମାଧ୍ୟମରେ ଏହି ଖବର ଓ ବିବାହ ଫଟୋ ଭାଇରାଲ ହେବା ପରେ ରାଣାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ସୂଚନାଯୋଗ୍ୟ, ରାଣା ଓ ମିହୀକା ଗତ କିଛିଦିନ ତଳେ ଲକ୍‍ଡାଉନ ସମୟରେ ହିଁ ନିର୍ବନ୍ଧ କରିଥିଲେ। ଦୁହିଁଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା।

Comments are closed.