ରାମନାଗୁଡାରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂପାଦକ ତଥା ଗୁଣୁପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଜ୍ଞାନେନ୍ଦ୍ର ଗିରି ଗୋସ୍ଵାମୀ, ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡାଙ୍ଗା, ଜିଲ୍ଲା ସାଧାରଣ ସଂପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲା ଯୁବ ଉପସଭାପତି ଅମିତ ମହାରଣା, ଜିଲ୍ଲା ଯୁବ ସାଧାରଣ ସଂପାଦକ କମଳଲୋଚନ ମୁଟିକା, ସଞ୍ଜୟ ପ୍ରଧାନ, ବ୍ଲକ ବିଜେଡି ମହିଳା ସଭାପତି ଦମୟନ୍ତି ପାତ୍ର, ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗି, ପୂର୍ବତନ ବ୍ଲକ ଅଧକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ନବୀନ ପିପୁଳି, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା, ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦିବସରେ ରାମନାଗୁଡା ବ୍ଲକର ୬ଗୋଟି ପଞ୍ଚାୟତର ବିଜେଡି କର୍ମୀ, ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଯୁବ, ମହିଳା,ଛାତ୍ର ବିଜେଡିର ଶତାଧିକ କର୍ମୀ, ନେତା ପ୍ରମୁଖ ଉପସ୍ଥିତ ରହି ନବୀନ ବାବୁଙ୍କ ସରକାରରେ ହେଉଥିବା ଉନ୍ନୟନ ମୂଳକ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇ ବିଜେଡି ଦଳକୁ ମଜବୁତ କରିବା ନିମନ୍ତେ ଉପସ୍ଥିତ ନେତା କର୍ମୀ ଅତିଥି ପ୍ରମୁଖ ମତାମତ ଦେଇଥିଲେ। ସେହିପରି ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ଦଳକୁ କିଭଳି ମଜବୁତ କରାଯିବ ସହ ଲୋକଙ୍କୁ ନିକଟତର ହେବାକୁ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସଞ୍ଜୟ ପ୍ରଧାନ ପରିଚାଳନା କରିଥିଲେ।

Comments are closed.