ଉମରକୋଟଠାରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ୫ଟି ସଚିବଙ୍କ ସହ ଆଲୋଚନା କଲେ ସାଂସଦ ରମେଶ ମାଝୀ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସିର ଖବର। ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଏକ ମଲ୍ଟିପୋଲ ଷ୍ଟାଡିୟମ(ଉଭୟ ଇନଡୋର ଏବଂ ଆଉଟଡୋର) ମଂଜୁର ପାଇଁ ୫ଟି ସଚିବଙ୍କ ସହ ଆଲୋଚନା କଲେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ।

ଆଜି ନବରଙ୍ଗପୁର ଅସ୍ୱାନ ଭବନଠାରେ ଆୟୋଜିତ ଭିଡ଼ିଓ କନଫରେନ୍ସିଂରେ ୫ଟି ସଚିବଙ୍କ ସହ ନବରଙ୍ଗପୁର ସାଂସଦ ଶ୍ରୀ ମାଝୀ ଏବଂ ଜିଲ୍ଲାର କ୍ରୀଡ଼ାପ୍ରେମୀ, ଏକ୍ସ କାଉନସିଲର ଏବଂ ଅନ୍ୟମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଭିଡିଓ କନଫରେନ୍ସିଂ ବୈଠକ ରେ ଉମରକୋଟ୍ ମ୍ୟୁନିସିପାଲିଟିରେ ମଲ୍ଟିପଲ୍ ପର୍ପୋଜ୍ ଷ୍ଟାଡିୟମର ମଞ୍ଜୁର ବିଷୟରେ ୫ଟି ସଚିବଙ୍କ ସହ ଶ୍ରୀ ମାଝୀ ଆଲୋଚନା କରିବା ସହ ପୂର୍ବରୁ ଏଠାକାର କ୍ରୀଡ଼ାପ୍ରେମୀଙ୍କ ଦାବି ମୁତାବକ ଉମରକୋଟଠାରେ ମଲ୍ଟିପୋଲ ଷ୍ଟାଡିୟମ(ଇନଡୋର ଓ ଆଉଟଡୋର) ନିର୍ମାଣ କରାଗଲେ ଏହି ଅଂଚଳରେ କ୍ରୀଡାର ବିକାଶ ଦିଗରେ ସହାୟକ ହେବ ବୋଲି କହିଥିଲେ।

ଏହି ଅବସରରେ ଭିଡିଓ କନଫରେନ୍ସିଂରେ ଯୋଡି ହୋଇଥିବା କ୍ରୀଡ଼ାପ୍ରେମୀ ପ୍ରମୁଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଷ୍ଟାଡିଅମ ହେବା ଦ୍ୱାରା ଏହି ଅଂଚଳର ଉଦୀୟମାନ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ ହେବାସହ ନିଜ ପ୍ରତିଭାର ଉପଯୁକ୍ତ ବିକାଶ ଏବଂ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିବେ ବୋଲି ସାଂସଦ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

Comments are closed.