ଚୀନ୍‌କୁ ଭାରତବାସୀ ଘୃଣା କରନ୍ତୁ : ରାମଦେବ

ନୂଆଦିଲ୍ଲୀ : ଯୋଗଗୁରୁ ରାମଦେବ ନିଜର ଚୀନ୍‌ବିରୋଧୀ ଆଭିମୁଖ୍ୟ ଅଭ୍ୟାହତ ରଖିଛନ୍ତି। ସମ୍ପ୍ରତି ଚୀନ୍‌ ଓ ଭାରତ ମଧ୍ୟରେ ସୀମା ବିବାଦ ପ୍ରରିପ୍ରେକ୍ଷୀରେ ସେ ‘କେବଳ ଚୀନ୍‌ ସାମଗ୍ରୀ ବର୍ଜନ ଯଥେଷ୍ଟ ନୁହେଁ; ପ୍ରତି କ୍ଷେତ୍ରରେ ଚୀନ୍‌କୁ ଘୃଣା କରାଯିବା ଉଚିତ’ ବୋଲି ଆହ୍ବାନ ଦେଇଛନ୍ତି। ଭାରତକୁ ଭଲ ପାଉଥିବା ପ୍ରତ୍ୟେକ ଚୀନ୍‌ ସାମଗ୍ରୀ ବର୍ଜନ କରିବାକୁ ଶପଥ ନେବା ସହ ବାରମ୍ବାର ବିଶ୍ବାସଘାତ କରୁଥିବା ଏହି ରାଷ୍ଟ୍ରକୁ ପ୍ରତି କ୍ଷେତ୍ରରେ ଘୃଣା କରିବାକୁ ରାମଦେବ କହିଛନ୍ତି। ବାଣିଜ୍ୟ ମାଧ୍ୟମରେ ଚୀନ୍‌ ଭାରତରୁ ନେଉଥିବା ଅର୍ଥ ଭାରତ ବିରୋଧରେ ଉପଯୋଗ କରୁଛି ଓ ପାକିସ୍ତାନର ବିକାଶ ପାଇଁ ବିନିଯୋଗ କରୁଛି; ତେଣୁ ଏହା ଘୃଣାର ପାତ୍ର ବୋଲି ସେ କହିଛନ୍ତି।

Comments are closed.