ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦାବି କଲେ ରାମଚନ୍ଦ୍ର ଗୁହା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। ୨୦୧୪ ପରେ ୨୦୧୯ ଲୋକସଭା ନିର୍ବାଚନରେ ନୈରାଶ୍ୟ ଜନକ ପ୍ରଦର୍ଶନ ପାଇଁ କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ନେଇ ପ୍ରସିଦ୍ଧ ଐତିହାସିକ ତଥା ମୋଦୀଙ୍କ ସମାଲୋଚକ ରାମଚନ୍ଦ୍ର ଗୁହା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାମଚନ୍ଦ୍ର ଗୁହା ଟ୍ୱିଟ୍‍ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଦାବି କରିଛନ୍ତି ।
୨୦୧୪ରେ ଲୋକସଭା ନିର୍ବାଚନରେ କଂଗ୍ରେସ ୪୪ଟି ଆସନ ଜିତିଥିଲା ବେଳେ ୨୦୧୯ ନର୍ବାଚନରେ ମାତ୍ର ୫୨ଟି ଆସନ ଜିତିଛି। ଏଭଳି ପ୍ରଦର୍ଶନ ସତ୍ତ୍ବେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ନଦେବା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ବୋଲି ରାମଚନ୍ଦ୍ର ଗୁହା ଟ୍ୱିଟ୍‍ କରିଛନ୍ତି। ସେ ଟ୍ୱିଟ୍‍ କରିଛନ୍ତି ଯେ ନିଜ ପାରମ୍ପରିକ ଲୋକସଭା ଆସନ ଅମେଠିରୁ ହାରିବା ପରେ ରାହୁଲ ଗାନ୍ଧୀ ନିଜ ଆତ୍ମସମ୍ମାନ ଓ ରାଜନୈତିକ କାୟା ହରାଇଛନ୍ତି। ଏବେ କଂଗ୍ରେସକୁ ଏକ ନୂଆ ନେତୃତ୍ୱର ଆବଶ୍ୟକତା ରହିଛି। ତେଣୁ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ସେ
କୁହାଯାଉଛି ଯେ ଖୋଦ୍‍ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବାକୁ ବିଚାର କରୁଛନ୍ତି। ସେ ଏନେଇ ନିଜ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିଛନ୍ତି। ମେ’ ୨୫ରେ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

Comments are closed.