ଇତିହାସ ରଚିଲା ରାମାୟଣ

ନୂଆଦିଲ୍ଲୀ: କରୋନା ଲକ୍‍ଡାଉନ୍‍ ସମୟରେ ଲୋକଙ୍କ ମନୋରଞ୍ଜନ କରିବା ସହ ନୂଆ ଇତିହାସ ସୃଷ୍ଟି କରିଛି ଦୂରଦର୍ଶନରେ ପ୍ରସାରିତ ହେଉଥିବା ପୌରାଣିକ ଧାରାବାହିକ ‘ରାମାୟଣ’। ୩ ଦଶକ ପୂର୍ବରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ପ୍ରସ୍ତୁତ ଏହି ରାମାୟଣ ଧାରାବାହିକ ଏବେବି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଛି।

ଟିଆର୍‌ପି ଦୌଡରେ ନିଜର ରେକର୍ଡ ଭାଙ୍ଗିଛି ରାମାୟଣ। କେବଳ ସେତିକି ନୁହେଁ ଏହା ବିଶ୍ୱ ରେକର୍ଡ ମଧ୍ୟ କରିଛି। ଧାରାବହିକ ‘ରାମାୟଣ’କୁ ଏପ୍ରିଲ ୧୬ରେ ପାଖାପାଖି ୭.୭ କୋଟି ଦର୍ଶକ ଦେଖିଥିବା ଜଣାପଡିଛି। ଯାହା ବିଶ୍ୱର ଅନ୍ୟ ସମସ୍ତ ଶୋ’ଠାରୁ ସର୍ବାଧିକ। ସବୁଠାରୁ ବଡକଥା ହେଲା ଟିଆର୍‌ପିରେ ହଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଶୋ’ ‘ଗେମ ଅଫ୍‌ ଥ୍ରୋନ୍ସ’କୁ ବି ପଛରେ ପକାଇ ଦେଇଛି ଏହି ଧାରାବାହିକ।

Comments are closed.