ବିପଦସଙ୍କୁଳ ଅବସ୍ଥାରେ ଇନ୍ଦିରାଆବାସ ଗୃହ

ରାମନାଗୁଡା : ନିଜ ଜୀବନ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ରହି ବସବାସ କରୁଛନ୍ତି ୧୦ରୁ ଉର୍ଦ୍ଧ୍ବ ପରିବାର।ଏପରିଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କାର୍ୟ୍ୟାଳୟ ଠାରୁ ମାତ୍ର ୭ଶହ ମିଟର ଦୂର ଇନ୍ଦିରା କଲୋନୀରେ।ସୂଚନା ଅନୁଯାୟୀ ଇନ୍ଦିରା କୋଲନୀରେ ବସବାସ କରୁଛନ୍ତି ୧୦ରୁ ଉର୍ଦ୍ଧ୍ବ ପରିବାର।୧୯୯୯ମସିହାରେ ପ୍ରଶାସନ ପକ୍ଷରୁ ଘର ଯୋଗାଇ ଦିଆଯାଇଥିବାବେଳେ ତାହା ଏବେ ଭଗ୍ନ ଅବସ୍ଥାରେ।ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲାପାଳଙ୍କୁ ବହୁବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ।
ତେବେ ବର୍ଷା ହେଲେ କଲୋନୀର ବସବାସ କରୁଥିବା ଲୋକଙ୍କ ସମସ୍ୟା ଦୁଇ ଗୁଣିତ ହେବା ସହ ଛାତରୁ ଅହରହ ପାଣି ଝରୁଥିବା ପରିବାରଲୋକେ କହିଛନ୍ତି। ଦୈନିକ କୁଲିମଜୁରୀ କରି ଭରଣପୋଷଣ ସହ ପରିବାର ଗୁଜୁରାଣ ମେଣ୍ଟାଉଥିବା ବେଳେ ଘର ନିର୍ମାଣ ପାଇଁ ଆର୍ଥିକ ସମ୍ଭଳ ନାହିଁ।ଏଣୁ ଭାଗ୍ୟକୁ ଆଦରି ବସବାସ କରିଆସୁଛନ୍ତି ପରିବାର।
ପ୍ରଶାସନ ପକ୍ଷରୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି କଲୋନୀର ସୁକୁମାରୀ ମୁଟୁକା,ରାମଣା ଆମ୍ମା କଣ୍ଡାଗରୀ,ନାଗା ମାଣ୍ଡାଙ୍ଗି, କନ୍ତାରୁ ମୁଟୁକା,ରାମମୂର୍ତ୍ତୀ କୁମ୍ଭିରିକା, ଡ଼ମ୍ବୁ ପାତିକା, ସୁବର୍ଣ୍ଣା ମୁଟୁକା,ସ୍ବରସ୍ବତୀ ମାଣ୍ଡାଙ୍ଗି, ବାଣା ମାଣ୍ଡାଙ୍ଗି, ତ୍ରପତି ମୁଟୁକା ଆଦି ପରିବାର ଲୋକେ।ଏନେଇ ରାମନାଗୁଡା ବିଡ଼ିଓ ବେଣୁଧର ଶବର ବିଜେଡି ଜିଲ୍ଲା ସଂପାଦକ ତଥା ସ୍ଥାନୀୟ ନେତା ଗଗନ ଆଚାର୍ୟ୍ୟ ପରିବାର ସଦସ୍ୟଙ୍କୁ ଭେଟିବା ସହ ଖୁବଶୀଘ୍ର ଏକ ତାଲିକା ପ୍ରସ୍ତୁତ କରି ସରକାରଙ୍କୁ ଅବଗତ କରାଯିବ ବୋଲି କହିବା ସହ ପରିବାରକୁ ଘର ଯୋଗାଇଦିଆଯିବବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି।।

Comments are closed.