ଓଟିଇଏଲପି ପକ୍ଷରୁ ଚାଷୀଙ୍କୁ ପମ୍ପସେଟ୍ ପ୍ରଦାନ

ରାମନାଗୁଡା:  ରାୟଗଡ଼ା ଜିଲ୍ଲା ରାମନାଗୁଡା ନିକଟସ୍ଥ ଶକ୍ତି ତାଲିମ କେନ୍ଦ୍ର ଠାରେ ଓଡ଼ିଶା ଅନୁସୂଚିତ ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ ଏବଂ ସମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ତରଫରୁ ରାମନାଗୁଡା ବ୍ଲକର ପାଲିକିଡାଙ୍ଗ, ସୁଲୁଡି, କାଟିକି, ବଡ଼ମୁନିଗାଁ, ଢେପାଗୁଡା ଗ୍ରାମରେ ଜଳସେଚନ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ସମିତିର ଚାଷୀମାନଙ୍କୁ ପମ୍ପସେଟ୍ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାମନାଗୁଡା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟଶ୍ରୀ ବିଷୋୟୀ, ଆଇଟିଡିଏ ଓଟିଇଏଲପି କୃଷି ଅଧିକାରୀ ସୈମେନ୍ଦ୍ର ନାରାୟଣ ଦାସ,ରାମନାଗୁଡା ଏସ୍ ସି ଏସ ଓ ଓଟିଇଏଲପି ପ୍ଲସ ସାମାଜିକ କାର୍ଯ୍ୟକର୍ତ୍ତା ମନୋଜ ଷଡ଼ଙ୍ଗୀ ଓ ଇଞ୍ଜିନିୟର ଜଗନ୍ନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.