ସମାନ କାମକୁ ସମାନ ଦରମା ଦାବି, ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘର ବିଡ଼ିଓଙ୍କୁ ସ୍ମାରକପତ୍ର ପ୍ରଦାନ

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଏସଇଏମ ଏବଂ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ରାମନାଗୁଡା ବିଡ଼ିଓ ବେଣୁଧର ଶବରଙ୍କୁ ସ୍ମାରକପତ୍ର ପତ୍ର ପ୍ରଦାନ କରାଯାଇଛି। ଏସଇଏମ ପଦ ଉଚ୍ଛେଦ କରାଯିବା ସହିତ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ମାନ୍ୟତା , ସମାନ କାମକୁ ସମାନ ଦରମା ପ୍ରଦାନ, ଗ୍ରାମ ପଞ୍ଚାୟତରୁ ଦରମା ପ୍ରଦାନ ନକରାଯାଇ ଡିପାର୍ଟମେଣ୍ଟରୁ ଦରମା ପ୍ରଦାନ, ୫ବର୍ଷ ବୟସ କୋହଳ କରିବା ସହ ୧୦ବର୍ଷର ଜରିୟର ପ୍ରଦାନ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ଦୁର୍ଘଟଣା ମୃତ୍ୟୁବରଣ କଲେ ୨୦ଲକ୍ଷଟଙ୍କା କ୍ଷତିପୂରଣ ସହ ଉକ୍ତ ପରିବାର ମଧ୍ୟରୁ ଜଣକୁ ସେହି ସଂସ୍ଥାରେ ନିଯୁକ୍ତି ପ୍ରଦାନ ଆଦି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ରାମନାଗୁଡା ବ୍ଲକ ସଂଘ ସଭାପତି ଶ୍ରୀନିବାସ ପାତିକା ବିଡ଼ିଓଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସରକାର ଉକ୍ତ ଦାବି ପୂରଣ ନ କଲେ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବା ସହ ଜଳଯୋଗାଣ ବନ୍ଦ ହେବାନେଇ ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ଉପସଭାପତି ଶଙ୍କର ନିମାଲା, ସମ୍ପାଦକ ଦେବାନନ୍ଦ ତରୁବୁଡି,ସନାତନ ବବର, ସୁନିଳ ଶବର, ମୋହନ ଶବର, ରିବାନା କାଡ୍ରାକା, ସୋନିଆ ଶବର, ପଦ୍ମନାଭ କାଡ୍ରାକା, ମନ୍ମଥ ମୁଟୁକା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.