ଯାତ୍ରୀବାହୀ ବସ୍ – ଚାଉଳ ବୋଝେଇ ଭ୍ୟାନ ମୁହାଁମୁହିଁ ଧକ୍କା

ରାମନାଗୁଡା :  ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ବାଙ୍ଗି ଛକ ଠାରେ ଶନିବାର ଦିନ ସାଢ଼େ ଏଗାରଟା ରୁ ବାର ଟା ମଧ୍ୟରେ ଯାତ୍ରୀବାହୀ ବସ୍ – ଚାଉଳ ବୋଝେଇ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଛି। ଜୟପୁର ଠାରୁ ଘରୋଇ ଯାତ୍ରୀବାହୀ ବସ୍ ଜୟପୁର ଠାରୁ ଗୁଣୁପୁର ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ବିପରୀତ ଦିଗ (ଗୁଣୁପୁର) ରୁ  ଚାଉଳ ବୋଝେଇ ଭ୍ୟାନ ରାମନାଗୁଡା ଦେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ପରିବହନ କରିବା ବେଳେ ଉଭୟ ବସ ଓ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା  ।  ଵସର ସମୁଖ ଭାଗ ସାମାନ୍ୟ ନଷ୍ଟ ହୋଇଥିବା ଜଣାପଡିଛି । ଏଥିରେ ଉଭୟ ଗାଡ଼ି ର ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଁଚି ନଥିବା ଜଣାପଡିଛି।

Comments are closed.