ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ଖାଦ୍ୟ ସାମଗ୍ରୀ ବଣ୍ଟନ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ଭାମିନୀ ଓ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତରେ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଗରୀବ ଲୋକଙ୍କୁ ବିସ୍କୁଟ, ପାଉରୁଟି, ମାସ୍କ ଆଦି ପ୍ରଦାନ କରାଯାଇଥିଲା।୧୯୯୧ ମସିହା ମେ ୨୧ ତାରିଖରେ ରାଜୀବଙ୍କ ନିଧନ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାମନାଗୁଡା ବ୍ଲକ କଂଗ୍ରେସ ସଭାପତି ବାଞ୍ଛାନିଧି ବେହେରା ଓ ସାଂସଦ ପ୍ରତିନିଧି ଜି ପ୍ରସାଦ ରାଓଙ୍କୁ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.