ରାୟଗଡ଼ା ବନଖଣ୍ଡ ପକ୍ଷରୁ ‘ଅନୁକମ୍ପା ଆପ୍’ ସମ୍ପର୍କିତ କର୍ମଶାଳା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁରୁ ଚାରାରୋପଣ କେନ୍ଦ୍ର ଠାରେ ରାୟଗଡ଼ା ବନଖଣ୍ଡ ପକ୍ଷରୁ ସାଧାରଣ ଲୋକଙ୍କ କ୍ଷତିପୂରଣ ଅନୁକମ୍ପା ପାଇବା ସକାଶେ ଏକ ଅନୁକମ୍ପା ଆପ୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାୟଗଡା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ା, ଏସସିଏଫଓ ନିତ୍ୟାନନ୍ଦ ନାୟକ, ପ୍ରଭାକର ସେନାପତି, ଅଶୋଅ କୁମାର ପ୍ରଧାନ, ମୁନିଗଡା ଆର ଓ ପ୍ରସ୍ନନ କୁମାର ମିଶ୍ର, ଗୁଣୁପୁର ରେଞ୍ଜର ରଞ୍ଜନ କୁମାର ମହାନ୍ତି, ଡିଆରଓ ବ୍ରଜମୋହନ ଭୋଇ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହି କାର୍ଯ୍ୟକ୍ରମରେ ବନବିଭାଗ ପକ୍ଷରୁ ଲୋକଙ୍କୁ ଫସଲ କ୍ଷତିଗ୍ରସ୍ତ ସହାୟତା ତ୍ବରିତ ଅନୁକମ୍ପା ପ୍ରଦାନ ନିମନ୍ତେ ଅନୁକମ୍ପା ଆପ ମାଧ୍ୟମରେ ସହାୟତା ପ୍ରଦାନ କରାଯିବ ଓ ସେମାନେ ନିଜ ନିଜ ମୋବାଇଲ ମାଧ୍ୟମରେ ଅନୁକମ୍ପା ଆପ୍ ମାଧ୍ୟମରେ ଉକ୍ତ ସ୍ଥାନରୁ ଜିପିଏସ୍ ମାଧ୍ୟମରେ ନିମ୍ନଲିଖିତ ଫର୍ମ ପୂରଣ କରି ଆବେଦନ କରିପାରିବେ। ସେହିପରି ବନବିଭାଗ ପକ୍ଷରୁ ବିଭିନ୍ନ ସମୟରେ ହାତୀମାନଙ୍କର ଗତିପଥକୁ ଦୃଷ୍ଟିରେ ରଖି ହାତୀ ସୁରକ୍ଷା ଯେପରି ଜନବସତି ଆଡ଼କୁ ନ ଆସିବେ ସେହିପରି ହାତୀମାନଙ୍କର ଗତିପଥ ସମ୍ପର୍କରେ ସୂଚନା ଏହି ଆପ ମାଧ୍ୟମରେ ଦିଆଯାଇ ପାରିବ। ଏଥିରେ ରାୟଗଡା ବନଖଣ୍ଡ ଅଧିନ ସମସ୍ତ ବନପାଳ ଓ ଫରେଷ୍ଟ ଗାର୍ଡ଼ମାନଙ୍କୁ ଏହି ଆପ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆପ୍ ସମ୍ପର୍କରେ ମାଷ୍ଟର ଟ୍ରେନର ଭାବେ ବିଷମକଟକ ଫରେଷ୍ଟର ଡମ୍ବୁରଧର ସେନାପତି ଓ ବରଖାରାଣୀ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୁଣୁପୁର ରେଞ୍ଜର ରଞ୍ଜନ ମହାନ୍ତି ପରିଚାଳନା କରିଥିବାବେଳେ ମୁକୁନ୍ଦପୁରୁ ଫରେଷ୍ଟର ଭଗବାନ ସାରକା, ଗୁଣୁପୁର ଫରେଷ୍ଟର ନୀଳ ପାଢ଼ୀ, ରାମନାଗୁଡା ଫରେଷ୍ଟର ନରେନ୍ଦ୍ର ଗମାଙ୍ଗ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.