ଅପରାହ୍ନ ୧ଟା ପରେ ଦୋକାନ ବନ୍ଦ ରଖିବାକୁ ବ୍ୟବସାୟୀଙ୍କ ନିଷ୍ପତ୍ତି

ରାମନାଗୁଡା: କରୋନାର ଦ୍ରୁତ ସଂକ୍ରମଣକୁ ନେଇ ରାଜ୍ୟବ୍ୟାପୀ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକରେ ୫ କରୋନା ଆକାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ୭ଦିନ ପର୍ଯ୍ୟନ୍ତ ଅପରାହ୍ନ ୧ଟା ପରେ ଦୋକାନ ବନ୍ଦ ରଖିବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଦିନକୁ ଦିନ କରୋନା ଆକାନ୍ତ ସଂଖ୍ୟା ବଢୁଥିବା କାରଣରୁ ସୁରକ୍ଷା ଦୃଷ୍ଟିରୁ ବ୍ୟବସାୟୀମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଏଥିପାଇଁ ସ୍ଥାନୀୟ ଆୟାପ୍ପା ମନ୍ଦିରଠାରେ ବ୍ୟବସାୟୀ ତଥା ବୁଦ୍ଧିଜୀବୀ ବିଶ୍ବନାଥ ସେନାପତି ଓ ଲକ୍ଷ୍ମୀ ନାରାୟଣ ନନ୍ଦଙ୍କ ନେତୃତ୍ଵରେ ଏକ ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବ୍ୟବସାୟୀମାନେ ଏହି ନିଷ୍ପତ୍ତି ନେଇଥିଲେ।

Comments are closed.