ଇସ୍ତଫା ଦେଲେ ରମଣ ସିଂହ

0

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ରମଣ ସିଂହ ନିଜକୁ ଦାୟୀ କରିଛନ୍ତି। ନିର୍ବାଚନ ଫଳ ଜଣାପଡିବା ପରେ ରମଣ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ସେ କହିଛନ୍ତି ଯେ ତାଙ୍କ ନେତୃତ୍ବରେ ଦଳ ବିଧାନସଭା ନିର୍ବାଚନ ଲଢିଥିଲା ତେଣୁ ପରାଜୟ ପାଇଁ ସେ ଦାୟୀ। ରମଣ କହିଛନ୍ତି ଯେ ଦଳର ପରାଜୟ ସତ୍ତ୍ବେ ଏକ ଶକ୍ତ ବିରୋଧୀ ଦଳ ଭାବେ ବିଜେପି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ। ଏହି ଅବସରରେ ସେ ବିଜୟୀ ଦଳ କଂଗ୍ରେସକୁ ଅଭିନନ୍ଦନ ଜଣାଇବା ସହ ବିଜେପି କର୍ମୀ ଓ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply