କରୋନା ମହାମାରୀ ସମୟରେ ପରୀକ୍ଷାକୁ ବିରୋଧ କରି ରମାଦେବୀରେ ଛାତ୍ରୀ ଅଶାନ୍ତି

ଭୁବନେଶ୍ଵର : ମହାମାରୀ କରୋନା ସମୟରେ ପରୀକ୍ଷାକୁ ବିରୋଧ କରି ରମାଦେବୀ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି ଦେଖାଦେଇଛି । କରୋନା ସଙ୍କଟ ସମୟରେ ପରୀକ୍ଷା କରାଯିବା ନିଷ୍ପତ୍ତିକୁ ଛାତ୍ରୀମାନେ ବିରୋଧ କରିଛନ୍ତି । ବିରୋଧ କରିବାକୁ ନେଇ ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ବିଶ୍ବବିଦ୍ୟାଳୟର ୟୁଜି ଏବଂ ପିଜି ପରୀକ୍ଷା ନେଇ ନୋଟିସ୍ ବାହାରିବା ପରେ ଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ପରୀକ୍ଷା ଘୁଞ୍ଚାଇବା ସହ ଅନଲାଇନ୍‌ରେ ପରୀକ୍ଷା କରିବାକୁ କୁଳପତିଙ୍କ ସହ ଛାତ୍ରୀମାନେ ଆଲୋଚନା କରିଥିଲେ । ଆଲୋଚନା ବିଫଳ ହେବା  ଫଳରେ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯାହାକୁ ନେଇ ଛାତ୍ରୀମାନଙ୍କ ମାନେ ବିକ୍ଷୋଭ ପଦର୍ଶନ କରିବା ସହ ବିଶ୍ଵବିଦ୍ୟାଳୟର ଫାଟକରେ ତାଲା ପକାଇଦେଇଥିଲେ ।  ବର୍ତ୍ତମାନ ବିଶ୍ବବିଦ୍ୟାଳୟ ଫାଟକରେ ଛାତ୍ରୀମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.