ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପରୀକ୍ଷା ଦୁଇ ସପ୍ତାହ ଘୁଞ୍ଚିଲା

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଷଷ୍ଠ ସେମିଷ୍ଟାର ପରୀକ୍ଷା ଦୁଇ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଫଳରେ ଜୁନ୍‌ ୨୫ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ୧୫ ଦିନ ପର୍ଯ୍ୟନ୍ତ ଘୁଞ୍ଚି ଯାଇଛି। ଆଜି ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ରମାଦେବୀ ମୁଖ୍ୟଫାଟକ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷା ଓ ଦାବିକୁ ଦୃଷ୍ଟିରେ ରଖି କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ ଅନୁମୋଦନ କ୍ରମେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଷଷ୍ଠ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦେଇଛନ୍ତି। ଜୁଲାଇ ଦ୍ବିତୀୟ ସପ୍ତାହରୁ ଏହି ପରୀକ୍ଷା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଛାତ୍ରୀଙ୍କ ସୁବିଧା ଓ ନିରାପତ୍ତାକୁ ବିଶ୍ବବିଦ୍ୟାଳୟ ପ୍ରାଥମିକତା ଦିଏ ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ.ମାନସ ବେହେରା ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଜୁନ୍‌ ୨୫ରୁ ଜୁଲାଇ ୩ ପର୍ଯ୍ୟନ୍ତ ଥିଓରୀ ଏବଂ ଜୁଲାଇ ୪ରୁ ୯ ପର୍ଯ୍ୟନ୍ତ ଷଷ୍ଠ ସେମିଷ୍ଟାର ପରୀକ୍ଷା କରାଯିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା।

Comments are closed.