ବିଶିଷ୍ଟ ଅଭିନେତା ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ

0

ପୁରୀ: ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ ହୋଇଛି । ରବିବାର ଅପରାହ୍ନରେ ପୁରୀ ସ୍ଥିତ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ସାହିତ୍ୟିକ-ନାଟ୍ୟକାର ମହଲରେ ଶୋକର ଛାୟା ଖେଳି ଯାଇଛି ।

ପୁରୀ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର ପ୍ରତିହାରୀ ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ । ତାଙ୍କ ଅଭିନୀତ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ସାରା ଦେଶରେ ଆଦୃତ ହୋଇଥିଲା । ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ୨୦୦୭ ମସିହାରେ ତାଙ୍କୁ ରାଜ୍ୟ ସରକାର ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇ ଥିଲେ । ନୀଳମାଧବ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୧୯୭୯ରେ ରାମଚନ୍ଦ୍ର ପ୍ରତିହାରୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

Leave A Reply