ଗୋମାଂସ ଖାଇ ବିବାଦରେ ଐତିହାସିକ ରାମଚନ୍ଦ୍ର ଗୁହା

0

ନୂଆଦିଲ୍ଲୀ : ଭାରତର ଚର୍ଚ୍ଚିତ ଐତିହାସିକ ରାମଚନ୍ଦ୍ର ଗୁହା ଗୋମାଂସ ଖାଇବା ଫଟୋକୁ ଟ୍ୱିଟ୍‍ କରି ବିବାଦକୁ ଆସିଛନ୍ତି। ଟ୍ୱିଟ୍‍ରେ ଅନେକ ଲୋକ ତାଙ୍କ ଦୋ-ମୁହାଁ ରୂପକୁ ନେଇ ପ୍ରଶ୍ନ କରିଛନ୍ତି। ପୂର୍ବରୁ ସେ ନିଜକୁ ନିରାମିଷାଶୀ ଦିର୍ଶାଇ ଟ୍ୱିଟ୍‍ କରିଥିବା ପୁରୁଣା ଟ୍ୱିଟ୍‍କୁ ରିଟ୍ୱିଟ୍‍ କରି ଲୋକେ ତାଙ୍କର ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ଅନେକ ଲୋକ ତାଙ୍କ ଟ୍ୱିଟ୍‍କୁ ନିନ୍ଦା କରିଛନ୍ତି।
ଡିସେମ୍ବର ୭ ଦିନ ୩ଟା ୪୭ରେ ଗୁହା ଗୋମାସଂ ଖାଉଥିବା ଏକ ଫଟୋକୁ ଟ୍ୱିଟ୍‍ କରିଥିଲେ। ସେଥିରେ ସେ ଲେଖିଥିଲେ ଯେ ‘ପୁରୁଣା ଗୋଆରେ ଏକ ସତେଜ ସକାଳ ପରେ ଆମେ ପାଣାଜୀରେ ମଧ୍ୟାହ୍ନଭୋଜନ କଲୁ। ଏଠାରେ ବିଜେପି ଶାସନ କରୁଛି ଆଉ ମୁଁ ଉତ୍ସବ ପାଳନ ପାଇଁ ଗୋମାଂସ ଖାଇବାକୁ ନିଷ୍ପତ୍ତି ନେଇଛି।

Leave A Reply